#### Apple ଏକ-ବର୍ଷ ସୀମିତ ୱାରଣ୍ଟି ସାରାଂଶ Apple ମୂଳ ଖୁଚୁରା କ୍ରୟ ତାରିଖରୁ ଏକ ବର୍ଷ ପର୍ଯ୍ୟନ୍ତ ସାମଗ୍ରୀ ଏବଂ କାରିଗରୀରେ ତ୍ରୁଟି କ୍ଷେତ୍ରରେ ଅନ୍ତର୍ଭୁକ୍ତ ହାର୍ଡ୍‌ୱେୟର୍‌ ପ୍ରଡକ୍ଟ୍‌ ଏବଂ ଆକ୍ସେସରି ପାଇଁ ୱାରଣ୍ଟ୍ ପ୍ରଦାନ କରିଥାଏ। ସାଧାରଣ ବ୍ୟବହାର କିମ୍ବା ଦୁର୍ଘଟଣା ବା ଅପବ୍ୟବହାର ଦ୍ୱାରା ହୋଇଥିବା କ୍ଷତି ପାଇଁ Apple ୱାରଣ୍ଟ୍ ପ୍ରଦାନ କରେ ନାହିଁ। ସେବା ପ୍ରାପ୍ତ କରିବାକୁ, Apple କୁ କଲ୍ କରନ୍ତୁ କିମ୍ୱା Apple Store କୁ କିମ୍ୱା Apple ଅଧିକୃତ ସେବା ପ୍ରଦାନକାରୀଙ୍କ ନିକଟକୁ ଯାଆନ୍ତୁ—ଉପଲବ୍ଧ ସେବା ବିକଳ୍ପ ସେହି ଦେଶ ଉପରେ ନିର୍ଭର କରେ ଯେଉଁଠାରେ ସେବା ଅନୁରୋଧ କରାଯାଇଛି ଏବଂ ତାହା ବିକ୍ରୟ ହୋଇଥିବା ମୂଳ ଦେଶରେ ସୀମିତ ହୋଇପାରେ। ଲୋକେଶନ୍‌ ଉପରେ ନିର୍ଭର କରି କଲ୍ ଚାର୍ଜ୍‌ ଏବଂ ଅନ୍ତର୍ଜାତୀୟ ଡିଲିଭରି ଚାର୍ଜ୍‌ ଲାଗୁ ହୋଇପାରେ। ସେବା ପ୍ରାପ୍ତ କରିବା ବିଷୟରେ [apple.com/legal/warranty](https://www.apple.com/legal/warranty/) ଏବଂ [support.apple.com](https://support.apple.com) ରେ ଉପଲବ୍ଧ ସମ୍ପୂର୍ଣ୍ଣ ସର୍ତ୍ତାବଳୀ ଏବଂ ବିସ୍ତୃତ ସୂଚନା ଅନୁଯାୟୀ, ଯଦି ଆପଣ ଏହି ୱାରଣ୍ଟି ଅଧୀନରେ ଏକ ବୈଧ ଦାବି ଦାଖଲ କରନ୍ତି, ତେବେ Apple ସ୍ୱେଚ୍ଛାକୃତ ଭାବରେ ଆପଣଙ୍କ ହାର୍ଡ୍‌ୱେୟର୍‌ ଡିଭାଇସ୍‌ର ମରାମତି, ପରିବର୍ତ୍ତନ କିମ୍ୱା ରୀଫଣ୍ଡ୍‌ କରିପାରେ। ୱାରଣ୍ଟି ସୁବିଧା ସ୍ଥାନୀୟ ଉପଭୋକ୍ତା ଆଇନ ଅଧୀନରେ ପ୍ରଦାନ କରାଯାଇଥିବା ଅଧିକାର ଅତିରିକ୍ତ ଅଟେ। ଏହି ୱାରଣ୍ଟି ଅଧୀନରେ ଦାବି କରିବା ସମୟରେ ଆପଣଙ୍କୁ କ୍ରୟ ବିବରଣୀର ପ୍ରମାଣ ଦାଖଲ କରିବାକୁ ପଡ଼ିପାରେ। 011626-1 WAR-OR